Thanks for joining me!
Good company in a journey makes the way seem shorter. — Izaak Walton

Thanks for joining me!
Good company in a journey makes the way seem shorter. — Izaak Walton

ବାତଜ ସ୍ୱର ଭଙ୍ଗରେ -ପୁରୁଣା ଘିଅ ଓ ପୁରୁଣା ଗୁଡ଼ ସହିତ ଅନ୍ନ ଭୋଜନ କରି ଉଷୁମ ପାଣି ପିଇବ ,କଫଜ ଓ ମେଦଜ ସ୍ୱରଭଙ୍ଗରେ ଉଷୁମ ଜଳ ସହିତ ମହୁ ମିଶାଇ ଦିନକୁ ଦୁଇଥର ଖାଲି ପେଟରେ ପାନକରିବ ପିତ୍ତଜ ସ୍ୱରଭଙ୍ଗରେ ଲେମ୍ବୁ ମିଶ୍ରି ସରବତ ସକାଳ ସନ୍ଧ୍ୟାରେ ପାନ କରିବ ଏବଂ ଦ୍ୱିପହର ରେ ଦୁଧ ଭାତ ସେବନ ସେବନ କରିବ କ୍ଷୟଜ ଓ ତ୍ରିଦୋଷ ସ୍ୱର ଭଙ୍ଗରେ ସ୍ୱାଶ ରୋଗର ପଥ୍ୟା ପାଳନ କରିବା ସହିତ -ହଳଦୀ ,ବଚ ,କୁଢ଼ ପିପପୁଳି , ଶୁଣ୍ଠୀ ,କଳାଜିରା ଯୁଆଣି ,ଯଷ୍ଟିମଧୁ,ସୋଇନଧବ ଲଵଣ ଏହାର ପ୍ରତେକ ଚୁର୍ଣ୍ଣ ସମାନ ଭାଗରେ ଗ୍ରହଣ କରି ଗୁଆଘିଅରେ ଆଲୋଡ଼ନ କରି ଆବୋଲେହ ପ୍ରସ୍ତୁତ କରି ରଖିବ ମାତ୍ର ଦଶ ଗ୍ରାମ ଦିନକୁ ଦୁଇ ଥର ସେବନ କରବା ଉଚିତ |ଏହାର ଲକ୍ଷଣ :- ବାତଜ ସ୍ୱରଭଙ୍ଗର ଗଧଭଳି କର୍କଶ ସ୍ୱର ନିର୍ଗତ ହୁଏ ଚକ୍ଷୁ ,ମୁଖ, ଓ କୋମଳ ମୂତ୍ର କୃଷ୍ଣ ବର୍ଣ୍ଣ ହୁଏ ପିତ୍ତଜ ସ୍ୱରଭଙ୍ଗରେ ଚକ୍ଷୁ ,ମୁଖ ଓ ମୂଳମୂତ୍ର ପିତବର୍ଣ୍ଣ ହୋଇଥାଏ ଏବଂ ଉଚ୍ଚାରଣ ବେଳେ କଣ୍ଠରେ ଦାହ ଅନୁଭୂତ ହୋଇଥାଏ କଫଜସ୍ୱରଭଙ୍ଗରେ ଶ୍ଳେଷ୍ମା ଦ୍ୱାରା କଣ୍ଠ ରୁଦ୍ଧ ହୋଇ ରାତ୍ରି କାଳରେ କଣ୍ଠ ସ୍ୱର କ୍ଷୀଣ ହୋଇଥାଏ ଦିନରେ ସୂର୍ଯ୍ୟ କିରିଣ ଦ୍ୱାରା କଫର ଶାନ୍ତ ଆବୋଥା ହେତୁ ରାତ୍ରି ଅପେକ୍ଷା ଦିନରେ ରୋଗୀ ସ୍ପଷ୍ଟୋ ଉଚ୍ଛାରଣ କରି ପାରେ ସନ୍ନିପାତ ସ୍ୱରଭଙ୍ଗରେ ଗଳା ରେ ମେଦ ଓ ଶ୍ଳେଷ୍ମ ଜମି ରହେ ରୋଗୀ ଅସ୍ପଷ୍ଠ ଉଚ୍ଚାରଣ କରି କଣ୍ଠରେ ପୀଡ଼ାହୁଏ ,ଧାତୁ କ୍ଷୟରୁ ଜାତ ସ୍ୱରଭଙ୍ଗ ରୋଗରେ ଧୂଆଁ ଜମିରହିବା ଭଳି ବୋଧ ହୁଏ ଏହିପରି ରୋଗୀ ହତବକ ହୋଇ ରହିଲେ ବଞ୍ଚିବା ଆଶା କ୍ଷୀଣ ହୁଏ |

ତେଣୁ ସକଳ ରୋଗ ମଧ୍ୟରେ ଜ୍ୱରକୁ ରୋଗ ସମ୍ରାଟ ରୂପେ ମାନିବାକୁ ପଡେ ପ୍ରାଣୀ ମାତ୍ରକେ ଜନ୍ମ ଓ ମୃତ୍ୟୁ କାଳରେ ଜ୍ଵରାର୍ତ୍ୟ ହୋଇ ଭୂମିଷ୍ଠ ଓ ଅତିଷ୍ଟ ହୋଇ ଥାନ୍ତି ବୋଲି ପ୍ରକୃତି ରୁ ଜଣାପଡ଼ିଥାଏ
ବାତ କଫ ଜ୍ଵରରର ଲକ୍ଷଣ –ଶରୀରରେ ବେଦନା ସହିତ କଫସ୍ରାବ ,କାଶ, ପୀତ,କମ୍ପନ,ମୁଖ ଓ ନାକରୁ ଜଳ ସ୍ରାବ ହୋଇଥାଏ ଓ ଅରୁଚି ମଧ୍ୟ ଦେଖାଦେଇଥାଏ ା